FeaturedLatestNews

ଖୁବ୍ ଶୀଘ୍ର ଶ୍ରୀମନ୍ଦିର ଚାରିପାର୍ଶ୍ବରେ ପୁଣି ଲାଇଟ ବ୍ୟବସ୍ଥା ହେବ

ପୁରୀ (ସଂକେତ ଟିଭି): ପୁରୀ ଶ୍ରୀମନ୍ଦିର ଚାରିପାର୍ଶ୍ୱରେ ଖୁବ୍ ଶୀଘ୍ର ପୁଣି ଲାଇଟ ବ୍ୟବସ୍ଥା ହେବ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଥିଲା । ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ଜଣଙ୍କୁ ଅଟକ ରଖି ସିଂହଦ୍ୱାର ଥାନା ପୁଲିସ୍ ପଚରାଉଚରା ଜାରି ରଖିଛି । ସେପଟେ ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟ ହଟାଇ ଦିଆଯିବା ଘଟଣାରେ ତଦନ୍ତ କରିବା ପାଇଁ ମୁଖ୍ୟ ସଚିବ ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାହିଁକି ଶ୍ରୀମନ୍ଦିରର ଚାରିପାଖରୁ ଲାଇଟ କଢ଼ାଯାଇଛି ତାହାର ତଦନ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।