FeaturedLatestNewsPolitics

ବିଜେପିରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର(ସଂକେତ ଟିଭି): ବିଜେଡିର ବରିଷ୍ଠ ନେତା ତଥା ବିଜେଡି ଟିକେଟ୍‌ରେ ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ପାଟ୍ଟଶାଣୀ ଯୋଗଦେଇଛନ୍ତି। ଏହି ଅବସରରେ ସମ୍ବିତ ପାତ୍ର, ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ସେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ।

ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେବେ‌ ବୋଲି ଗତ ଏପ୍ରିଲ ମାସ ଠାରୁ ଚର୍ଚ୍ଚା ହେଉଥିଲା। ଚଳିତ ନିର୍ବାଚନରେ ପାଟ୍ଟଶାଣୀ ଲଢ଼ିବା ପାଇଁ ବିଜେଡିରୁ ଟିକେଟ୍‌ ଚାହୁଁଥିଲେ। କିନ୍ତୁ ବିଜେଡି ତାଙ୍କୁ ଟିକେଟ୍‌ ଦେଇ ନଥିଲା। ଟିକେଟ୍ ନଦେଇ ଦଳ ତାଙ୍କ ଉପରେ ଭରସା କରିନଥିବାରୁ ଅସନ୍ତୁଷ୍ଟ ସେ ବିଜେଡି ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇ ପାରନ୍ତି ବୋଲି ଆଲୋଚନା ହେଉଥିଲା।

କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟନାୟଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା, ଅବଶ୍ୟ ଏଥିରେ ଅରୂପଙ୍କୁ ପରାଜୟ ମିଳିଥିଲା। ୨୦୨୪ରେ ମଧ୍ୟ ପ୍ରସନ୍ନଙ୍କୁ ଦଳରୁ ଟିକେଟ୍ ମିଳିନାହିଁ।