FeaturedGeneralLatest

୯ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ମୋଦୀ

ନୂଆଦିଲ୍ଲୀ (ସଂକେତ ଟିଭି): ଆସନ୍ତା ୯ ତାରିଖରେ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ପୂର୍ବରୁ ସେ ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ ପାଇଥିଲା।

ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ଭୁଟାନ ରାଜା, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସେମତ ବାଂଲାଦେଶ, ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନରେ ​​ବିଜୟ ପରେ ବିଭିନ୍ନ ଦେଶର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଫୋନ କରି ମୋଦିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଦୁଇ ନେତାଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ତାଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ କରିଥିଲେ, ଏହାକୁ ଗ୍ରହଣ ମଧ୍ୟ କରିଥିଲେ ରାନିଲ ବିକ୍ରମସିଙ୍ଘେ।

ସାଧାରଣ ନିର୍ବାଚନରେ ​​ଜିତିବା ପରେ ଏସିଆ, ୟୁରୋପ, ଆଫ୍ରିକା, ଓ୍ବେଷ୍ଟ ଏସିଆ, ଡେନମାର୍କ, ନରୱେ କାରିବିଆନ୍, ନେପାଳ, ମରିସସ ଓ ଭୁଟାନର ରାଷ୍ଟ୍ରମୁଖ୍ୟ ମାନେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେନମାର୍କ ଏବଂ ନରୱେ ସମେତ ନର୍ଡିକ୍ ରାଷ୍ଟ୍ରର ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ବାଚନରେ ​​ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।