FeaturedGeneralLatestPolitics

ମୋଦୀ ନୁହେଁ ଶାହ ହେବେ ପ୍ରଧାନମନ୍ତ୍ରୀ, ବିଦା ହେବେ ଯୋଗୀ : କେଜ୍ରିୱାଲ

ନୂଆଦିଲ୍ଲୀ (ସଂକେତ ଟିଭି) : ମୋଦୀ ଆଗାମୀ ପ୍ରଧାନମନ୍ତ୍ରୀ ଅମିତ ଶାହାଙ୍କୁ କରିବେ । ସେଥିପାଇଁ ସେ ନିଜ ପାଇଁ ନୁହେଁ ବରଂ ଅମିତ ଶାହାଙ୍କ ପାଇଁ ଭୋଟ ମାଗୁଛନ୍ତି । ଶନିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି ।

ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ଜେଲରୁ ବାହାରିଥିଲେ। ଦୀର୍ଘ ୫ ଦିନ ପରେ ତିହାର ଜେଲରୁ ବାହାରିବା ପରେ ଆଜି ବିସ୍ଫୋରକ ବୟାନ ସହ ବିଜେପିକୁ କେଜ୍ରିୱାଲ ଟାର୍ଗେଟ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ ଏଥର ଲୋକସଭା ନିର୍ବାଚନରେ ଯଦିଓ ବିଜେପି ସରକାର ଗଢିବ କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି କହିଛନ୍ତି କେଜ୍ରିୱାଲ । ଆସନ୍ତା ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀଙ୍କୁ ୭୫ ବର୍ଷ ହୋଇଯିବ । ପ୍ରଧାନମନ୍ତ୍ରୀ ନିଜେ ଏହି ନିୟମ କରିଥିଲେ ଯେ ୭୫ ବର୍ଷରୁ ଅଧିକ ବୟସ ନେତାଙ୍କୁ ଅବସର ଦିଆଯିବ । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନଙ୍କୁ ତାଙ୍କ ବୟସର କାରଣ ଦର୍ଶାଇ ଅବସର ଦିଆଯାଇଥିଲା । ବର୍ତ୍ତମାନ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପାଦ ରଖିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ମୋର ପ୍ରଶ୍ନ ଯେ, ଏବେ ତାଙ୍କ ପ୍ରଧାନମନ୍ତ୍ରୀ ଆଶାୟୀ କିଏ ଅଛନ୍ତି ବୋଲି ବିଜେପିକୁ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

ଏଥି ସହିତ କେଜ୍ରିୱାଲ କହିଛନ୍ତି ପିଏମ ମୋଦୀ ଏକ ବିପଜ୍ଜନକ ମିଶନ ଆରମ୍ଭ କରିଛନ୍ତି । ଏହା ଅଧୀନରେ ସେ ଦେଶର ସମସ୍ତ ନେତାଙ୍କୁ ହଟାଇବାକୁ, ସମସ୍ତ ବିରୋଧୀଦଳର ନେତାଙ୍କୁ ଜେଲରେ ରଖିବାକୁ ଏବଂ ସମସ୍ତ ବିଜେପି ନେତାଙ୍କୁ ମୁକ୍ତ କରିବାକୁ ଚାହୁଁଛନ୍ତି। ବିରୋଧୀ ନେତାଙ୍କ ରାଜନୀତିକୁ ଶେଷ କରିବାକୁ ଚାହାଁନ୍ତି। ମମତା ବାନାର୍ଜୀ, ଷ୍ଟାଲିନ, ଉଦ୍ଧବ ଠାକରେ ଏହି ଲିଷ୍ଟରେ ରହିଛନ୍ତି। କେବଳ ବିରୋଧୀ ନୁହଁନ୍ତି ନିଜ ଦଳର ନେତାଙ୍କ କ୍ୟାରିୟର ମଧ୍ୟ ମୋଦୀ ଶେଷ କରୁଛନ୍ତି । ମୋଦୀଙ୍କ କାରଣରୁ ମୁରଲୀ ମନୋହର ଯୋଶୀ ଏବଂ ଲାଲ କୃଷ୍ଣ ଆଡଭାନୀ ଅବସର ନେଇଥିଲେ। ମୋଦୀ ରମଣ ସିଂ, ଶିବରାଜ ସିଂ ଚୌହାନ, ବସୁନ୍ଦରା ରାଜେ, ମନୋହର ଲାଲଙ୍କ ରାଜନୀତି ଶେଷ କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଲିଷ୍ଟରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ଯଦି ସେ ଏହି ନିର୍ବାଚନରେ ​​ଜିତନ୍ତି ତେବେ ଦୁଇ ମାସ ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯିବ। ଯାହା ଏକଛତ୍ରବାଦୀ ଶାସନ ଅଟେ | ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି।