FeaturedLatestNews

ମୃତ୍ୟୁର ୩ ଦିନ ପରେ ବି ଝିଅକୁ ବଞ୍ଚାଇବାକୁ ମଶାଣିରେ ଚାଲିଛି ଝଡ଼ାଫୁଙ୍କା 

ବାଲିଆପାଳ (ସଂକେତ ଟିଭି) : ମୃତ୍ୟୁର ୩ ଦିନ ପରେ ବି ଝିଅକୁ ବଞ୍ଚାଇବାକୁ ମଶାଣିରେ ଚାଲିଛି ଝଡ଼ାଫୁଙ୍କା । ଗୁଣିଆ ରାତିରେ ମଶାରି ଟାଙ୍ଗି ଝଡ଼ାଫୁଙ୍କା କରୁଛନ୍ତି । ବାଲେଶ୍ୱର ବାଲିଆପାଳ ବ୍ଲକ ଗେଙ୍ଗୁଟିଆ ଗାଁରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର ।

ସୂଚନା ଅନୁସାରେ, ଗାଁର ଜଣେ ବ୍ୟକ୍ତି ଗତ ଶନିବାର ଦିନ ପରିବାର ସହିତ ବାରୁଣି ସ୍ନାନ ପାଇଁ ଡଗରା ଯାଇଥିଲେ । ସେଠାରୁ ଫେରିବା ପରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ତାଙ୍କର ୩ ବର୍ଷର ଝିଅ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା କୁହାଯାଉଛି । ଝିଅକୁ ବଞ୍ଚାଇବା ପାଇଁ ବାଲିଆପାଳ ଅଞ୍ଚଳର ଜଣେ ଗୁଣିଆର ସାହାଯ୍ୟ ନେଇ ପରିବାର ଲୋକ ଝଡ଼ାଫୁଙ୍କା କରୁଛନ୍ତି । ଗୁଣିଆ ଜଣଙ୍କ ଝଡ଼ାଫୁଙ୍କା କରିବା ସହିତ ଲୋକଙ୍କ ଅଜାଣତାରେ ମଶାଣିରେ ପୂଜାର୍ଚ୍ଚନା କଲେ ଝିଅର ଜୀବନ ବଞ୍ଚିଯିବ ବୋଲି କହିଥିଲେ । ତେଣୁ ଦୁଇ ଦିନ ଧରି ମଶାଣିରେ ପୂଜାର୍ଚ୍ଚନା ଚାଲିଛି।