LatestSports

ଗୋଟିଏ ମ୍ୟାଚରୁ ନିଲମ୍ବିତ ହେଲେ ଋଷଭ ପନ୍ତ

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ନିଲମ୍ବନ ଏବଂ ୩୦ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ଏହି ଦଣ୍ଡ ଧାର୍ଯ୍ଯ କରାଯାଇଛି ।

ଏହି ସିଜିନରେ ଦିଲ୍ଲୀର ଏହା ତୃତୀୟ ଅପରାଧ ହୋଇଥିବାରୁ ନିଲମ୍ବନ ଏବଂ ଜୋରିମାନା କରାଯାଇଛି। ଏହା ବ୍ୟତୀତ ବାକି ଦିଲ୍ଲୀ ଖେଳାଳୀ (ଇମ୍ପାକ୍ଟ ଖେଳାଳି)ଙ୍କୁ ୧୨ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫି ର ୫୦% ଜରିମାନା କରାଯାଇଛି।

ମ୍ୟାଚ୍ ରେଫରିଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ଏକ ଆବେଦନ କରିଥିଲେ ଯାହା ସମୀକ୍ଷା ପାଇଁ ବିସିସିଆଇ ଅମ୍ବୁଡ୍ସମ୍ୟାଙ୍କ ନିକଟକୁ ପଠାଯାଇଥିଲା। ଅମ୍ଫେଡ୍ସମ୍ୟାନ୍ ଏକ ଭର୍ଚୁଆଲ୍ ଶୁଣାଣି କରି କହିଥିଲେ ଯେ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ।

ରବିବାର ଦିଲ୍ଲୀର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ ବିପକ୍ଷରେ ରହିଛି। ଦିଲ୍ଲୀ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଥିବାରୁ ରବିବାର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ମ୍ୟାଚ୍‌ରେ ଦଳର ଅଧିନାୟକ ପନ୍ତ ନଜର ଆସିବେ ନାହିଁ।