LatestNewsPolitics

ବିଜେଡି ସରକାର ଓଡିଆରେ ନ ଆସିଲେ ମୁଁ ରାଜନୀତିରୁ ସନ୍ୟାସ ନେବି : ପାଣ୍ଡିଆନ

ଝାରସୁଗୁଡା (ସଂକେତ ଟିଭି): ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ନହେଲେ ରାଜନୀତିରୁ ମୁଁ ସନ୍ନ୍ୟାସ ନେବି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ତେବେ ଯଦି ବିଜେପି ଓଡିଶାରେ କ୍ଷମତାକୁ ନଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିବେ କି ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ବ୍ରଜରାଜନଗରରେ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ ପାଣ୍ଡିଆନ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ଗୋଟେ ପଞ୍ଚାୟତ କି ୱାର୍ଡ ମେମ୍ବର ଜିତିପାରୁନାହାଁନ୍ତି । ହେଲେ ସରକାର ଗଠନ କରିବାକୁ ଦାବି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦଳର ନେତାମାନେ ବିଶ୍ବାସ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହାଁନ୍ତି । ସେ ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କାର୍ତ୍ତିକ ପାଣ୍ଡିଆନ ଚ୍ୟାଲେଞ୍ଜ କରିଛନ୍ତି ।

ସେ କହିଛନ୍ତି ଯେ, ମତେ ଆପଣ ସବୁ ବେଳେ ଭିନ୍ନ ଭିନ୍ନ ନାଁରେ ଡାକୁଛନ୍ତି । ମୁଁ ଆପଣଙ୍କୁ ବିନମ୍ରତାର ସହ ଚ୍ୟାଲେଞ୍ଜ କରୁଛି ଆପଣ ମୋ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ବାନ ଦେଉଛି । ପଞ୍ଚାୟତ କି ୱାର୍ଡମେମ୍ବର ଜିତି ପାରୁନାହାଁନ୍ତି, ହେଲେ କେଉ ଦମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁବେଳେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ସେଠାରେ ୧୦ ବର୍ଷ ବୁଲିଲେ । ଏହି ୧୦ ବର୍ଷରେ ସେ ଢେଙ୍କାନାଳକୁ ପାଞ୍ଚ ଶହ ଥର ଯାଇଛନ୍ତି । ହେଲେ ତାଙ୍କର ଢେଙ୍କାନାଳରୁ ଲଢିବାକୁ ସାହସ ଜୁଟାଇ ପାରିଲେନି । କାରଣ ସେ ଅନୁଭବ କଲେ କି ଢେଙ୍କାନାଳ ପାଇଁ ଏଇ ୧୦ ବର୍ଷରେ କିଛି କରିନଥିବାରୁ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ସେଥିପାଇଁ ସେ ଡରିକି ସମ୍ବଲପୁର ଚାଲିଗଲେ ବୋଲି ପାଣ୍ଡିଆନ କହିଛନ୍ତି ।