FeaturedLatestNewsPolitics

ଜୁନ ୯ରୁ ରାଜ୍ୟରେ ମିଳିବ ମାଗଣା ବିଜୁଳି: କାର୍ତ୍ତିକ ପାଣ୍ଡିଆନ

ରାଉରକେଲା (ସଂକେତ ଟିଭି) : ଜୁନ ୯ ତାରିଖରୁ ମାଗଣା ବିଜୁଳି ମିଳିବ । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଏଭଳି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ପାଣ୍ଡିଆନ୍ କହିଛନ୍ତି।

ନିର୍ବାଚନ ପରେ ଜୁନ ୯ ତାରିଖରେ ଶପଥଗ୍ରହଣ ସମାରୋହ ପରେ ସେହି ଦିନ ସଂଧ୍ୟାବେଳେ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେବେ । ଜୁନ ୯ ତାରିଖ ସଂଧ୍ୟାବେଳେ ମନ୍ତ୍ରିମଣ୍ଡଳରେ ପାସ କରିବେ। ଜୁଲାଇ ମାସରେ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ। ଏହା ନବୀନ ବାବୁଙ୍କର ଗ୍ୟାରେଣ୍ଟି ବୋଲି ରଘୁନାଥପାଲ୍ଲୀ ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହି ଘୋଷଣା କରିଛନ୍ତି।