FeaturedLatestNews

ଘର ଭିତରୁ ମିଳିଲା ଦମ୍ପତ୍ତିିଙ୍କ ମୃତଦେହ 

ବାଲେଶ୍ୱର(ସଂକେତ ଟିଭି) : : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମନୋଜ ମହାକୁଡ(୩୨) ଏବଂ ବୋହୂ ସସ୍ମିତା ମହାକୁଡ (୨୮)।

ସୂଚନା ଅନୁଯାୟୀ, ମନୋଜ ଓ ସସ୍ମିତା ଖାଇସାରିବା ପରେ ଘରେ ଶୋଇଥିଲେ । ଅପରାହ୍ନରେ ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡିଥିଲେ। କବାଟ ଖୋଲିବାରୁ ବିଦ୍ୟୁତ ତାରରେ ଦୁଇ ଜଣଙ୍କ ବେକ ଗୁଡ଼େଇ ହୋଇଥିବାର ଦେଖିବାକୁ ପାଇଥିଲେ। ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ ଚାର୍ଜ ଥିବା ଜାଣିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।