LatestNews

କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର (ସଂକେତ ଟିଭି): କଂଗ୍ରେସ ନେତା ଭକ୍ତ ଚରଣ ଦାସ କଂଗ୍ରେସ ପ୍ରଚାର କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଏଆଇସିସିକୁ ପଠାଇଛନ୍ତି। ଏଥର ନିର୍ବାଚନରେ ପ୍ରଦେଶ କଂଗ୍ରେସର ବିଫଳତା ଯୋଗୁଁ ନୈତିକତା ଦୃଷ୍ଟିରୁ ସେ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ଦଳ ଦାୟିତ୍ବ ଦେଇଥିଲା । ୨୦୨୪ ସାଧାରଣ ନିର୍ବାଚନରେ ୯ରୁ ୯୦ ଡାକରା ଦେଇଥିଲା ପ୍ରଦେଶ କଂଗ୍ରେସ । ହେଲେ ପ୍ରଚାର କ୍ଷେତ୍ରରେ ବିଜେପି ଓ ବିଜେଡି ଠାରୁ ଦଳ ବହୁ ପଛରେ ପଡ଼ିଯାଇଥିବା ପରି ମନେ ହୋଇଥିଲା । କଂଗ୍ରେସ ଗତଥର ପାଇଥିବା ଆସନ (୯) ଏଥର ରଖିପାରିବ କି ନାହିଁ, ସେନେଇ ସନ୍ଦେହ ଉପୁଜିଥିଲା । ଏହା ସତ୍ତ୍ବେ ଓଡ଼ିଶାରେ ପରିବର୍ତ୍ତନର ହାୱା କଂଗ୍ରେସକୁ କିଛିମାତ୍ରାରେ ସୁହାଇଥିଲା । ୯ଟି ଆସନରୁ ବଢ଼ି ଦଳ ଏଥର ୧୪ଟି ବିଧାୟକ ଜିତିଛି ।