FeaturedLatestSports

ଆଇସିସି ହଲ ଅଫ ଫେମ୍‌ରେ ସ୍ଥାନ ପାଇଲେ ବିରେନ୍ଦ୍ର ସେହ୍ବାଗ

ନୂଆଦିଲ୍ଲୀ (ସଂକେତ ଟିଭି): ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦର ସେହ୍ବାଗ । ସେହ୍ବାଗଙ୍କ ବ୍ୟତୀତ ଦେଶର ପୂର୍ବତନ ମହିଳା କ୍ରିକେଟର ଡାଏନା ଏଡୁଲଜୀ ମଧ୍ୟ ଏହି ବିଶେଷ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳିଙ୍କ ସହିତ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅରବିନ୍ଦ ଡି ସିଲଭାଙ୍କୁ ମଧ୍ୟ ଏକ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଇସିସି ନିୟମ ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବାର ପ୍ରାୟ ସାତ ବର୍ଷ ପରେ କୌଣସି ଖେଳାଳି ଏହି ସମ୍ମାନ ପାଆନ୍ତି। ଏହି କାରଣରୁ ସେହ୍ବାଗଙ୍କୁ ଏହି ସମ୍ମାନ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା। ଆଇସିସି ହଲ ଅଫ ଫେମରେ ସମ୍ମାନିତ ହୋଇଥିବା ଡାଏନା ଏଡୁଲଜୀ ଦେଶର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ୨୦୨୩ ପୂର୍ବରୁ ସାତଜଣ ଭାରତୀୟ ଖେଳାଳି ଏହି ବିଶେଷ ସମ୍ମାନ ପାଇଥିଲେ। ସେହ୍ବାଗ ଅଷ୍ଟମ ଏବଂ ଏଡୁଲଜୀ ହେଉଛନ୍ତି ନବମ ଭାରତୀୟ ଖେଳାଳି ଯିଏକି ଆଇସିସି ହଲ ଅଫ ଫେମ ସମ୍ମାନ ପାଇଛନ୍ତି।

ହଲ୍‌ ଅଫ୍‌ ଫେମ୍‌’ରେ ସାମିଲ ହୋଇଥିବା ଭାରତୀୟ
ବିଶନ ସିଂହ ବେଦୀ-୨୦୦୯
ସୁନୀଲ ଗାଭାସ୍କର-୨୦୦୯
କପିଲ ଦେବ-୨୦୧୦
ଅନିଲ କୁମ୍ବଲେ-୨୦୧୫
ରାହୁଲ ଦ୍ରାବିଡ-୨୦୧୮
ସଚ୍ଚିନ ତେନ୍ଦୁଲକର-୨୦୧୯
ବିନୁ ମାଙ୍କଡ଼-୨୦୨୧
ଡାଏନା ଇଡୁଜି-୨୦୨୩
ବିରେନ୍ଦ୍ର ସେହଓ୍ୱାଗ-୨୦୨୩