FeaturedLatestSports

ଦିନିକିଆ ବିଶ୍ୱକପ୍‌ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ (ସଂକେତ ଟିଭି) ଅଷ୍ଟ୍ରେଲିଆ ବୋର୍ଡ ଆଗାମୀ ଦିନିକିଆ ବିଶ୍ୱକପ୍‌ ୨୦୨୩ ପାଇଁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି ଦଳ ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷରେ ଏକଦିବସୀୟ ସିରିଜ ଖେଳିବ।

ଅଷ୍ଟ୍ରେଲିଆ ସିନିୟର ଚୟନକର୍ତ୍ତାର ମୁଖ୍ୟଙ୍କ ଅନୁଯାୟୀ, ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ଟି-୨୦ ଦଳର ନୂତନ ଅଧିନାୟକ କରାଯାଇଛି। ଏହା ବ୍ୟତୀତ ଦ୍ରୁତ ବୋଲର ସଚିନ ଆବଟ୍ଟ ଏବଂ ଆରୋନ ହାର୍ଡି ମଧ୍ୟ ବିଶ୍ୱକପ ପାଇଁ ଘୋଷିତ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ଲେଗ ସ୍ପିନର ତନଭୀର ସଙ୍ଗା ମଧ୍ୟ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସେ କିଛି ଦିନ ଧରି ପିଠିରେ ଆଘାତ ସହ ସଂଗ୍ରାମ କରୁଥିଲେ। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୨୧ ବର୍ଷୀୟ ବୋଲର ଦଳରେ ସ୍ଥାନ ପାଇଥିଲେ। ଯଦିଓ ସେ ଡେବ୍ୟୁ କରିବାର ସୁଯୋଗ ପାଇଲେ ନାହିଁ।

ତେବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଗ୍ଲେନ ମ୍ୟାକ୍ସୱେଲ ଉପଲବ୍ଧ ହେବେ ନାହିଁ। ଏଥିସହିତ ଅଧିନାୟକ ପାଟ କମିନ୍ସ ମଧ୍ୟ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ନାହିଁ।

ଓ୍ବାଲର୍‌ଡ କପ ପାଇଁ ସମ୍ଭାବ୍ୟ ୧୮ ଜଣିଆ ଦଳରେ ଡେଭିଡ ୱାର୍ନର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଂଗ୍ଲିସ, ଆଲେକ୍ସ କେରେ, ମାର୍କସ ଷ୍ଟୋଇନିସ, ମିଚେଲ ମାର୍ଶ, କ୍ୟାମେରନ ଗ୍ରୀନ, ଆରୋନ ହାର୍ଡି, ସଚନ ଆବଟ୍ଟ, ଆଷ୍ଟନ ଅଗର, ଆଦାମ ଜାମ୍ପା, ତାନଭୀର ସଙ୍ଗା, ପ୍ୟାଟ କମିନ୍ସ (୍‌ଅଧିନାୟକ), ମିଚେଲ ଷ୍ଟାର୍କ , ଜୋସ ହାଜଲେଉଡ ଏବଂ ନାଥାନ ଏଲିସ ପ୍ରମୁଖ ଅଛନ୍ତି।

ତେବେ ୧୯୭୫ରୁ ଆରମ୍ଭ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଏବେ ଯାଏଁ ଅଷ୍ଟ୍ରେଲିଆ ୫ଟି ଟ୍ରଫି ଜିତିସାରିଛି । ଅକ୍ଟୋବର ୫ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି ।ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।