FeaturedGeneralLatest

ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଲେ ​​ବାମପନ୍ଥୀ

ନୂଆଦିଲ୍ଲୀ (ସଂକେତ ଟିଭି) : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ୨୦୨୪ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସି ଯାଇଛି। ରବିବାର ବିଳବିମ୍ବିତ ରାତ୍ରିରେ ଘୋଷିତ ନିର୍ବାଚନ ଫଳାଫଳରେ ବାମପନ୍ଥୀ ଛାତ୍ର ସଂଘ ଅଖିଳ ଭାରତୀୟ ଛାତ୍ର ସଂଘ (ଏଆଇଏସଏ)ର ଧନଞ୍ଜୟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁଏସୟୁ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ସେହିପହିରି ବାମପନ୍ଥୀ ଛାତ୍ର ସଂଘ ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ)ର ଅଭିଜିତ ଘୋଷ ଉପାଧ୍ୟକ୍ଷ ହୋଇଛନ୍ତି। ପାଖାପାଖି ୪ ବର୍ଷପରେ ଶୁକ୍ରବାର ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ୭୩ ପ୍ରତିଶତ ଭୋଟିଂ ହୋଇଥିଲା। ଯାହା ଗତ ୧୨ ବର୍ଷରେ ସବୁଠୁ ଅଧିକ ବୋଲି କୁହାଯାଇଛି। ୪ ବର୍ଷର ଅନ୍ତରାଳରେ ଭୋଟିଂ ହୋଇଥିବା ବେଳେ ୭,୭୦୦ ଅଧିକ ପଞ୍ଜିକୃତ ମତଦାତା ସିକ୍ରେସିଟ୍ ଭୋଟିଂ ଜରିଆରେ ସେମାନଙ୍କ ମତଦାନ କରିଥିଲେ। ଏଥର ଭୋଟିଂ ସମୟରେ ଡଫଲିର ଥାପ ସହିତ ‘ଜୟ ଭୀମ’, ଭାରତ ମାତାକି ଜୟ ଓ ଲାଲ ସଲାମ ସ୍ଲୋଗାନରେ କ୍ୟାମ୍ପସ ମୁଖରିତ ହୋଇଥିଲା।

ଜେଏନୟୁ କେନ୍ଦ୍ରୀୟ ପାନେଲରେ ପଦ ନିମନ୍ତେ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱତିନ୍ଦ୍ୱୀତା କରିଥିବା ବେଳେ ମିଳିତ ବାମପନ୍ଥୀ ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମେତ ୪ ପ୍ରମୁଖ ପଦରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଛାତ୍ର ସଂଘ ଉପରେ କର୍ତ୍ତୃତ ରଖୁଥିଖୁବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିବିଭିପି)କୁ ନିରାଶ ହେବାକୁ ପଡିଛି।