LatestNews

କାନ୍ଥ ପଡ଼ି ପୁଅ ମୃତ, ବାପା ମା ଗୁରୁତର

ବାଲେଶ୍ବର (ସଂକେତ ଟିଭି) : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ମୃତକ ହେଲେ ଶେଖ ଆରିଫ (୨୫)।

ସୂଚନା ଅନୁସାରେ, ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ସେହି ପାଖରେ ଥିବା ସମିରୁଦ୍ଦିନଙ୍କ ସାନ ଭାଇ ସେକ ଆଇନଦ୍ଦିନଙ୍କ ଘରର ପୁରଣା ମାଟି ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେହି କାନ୍ଥ ତଳେ ତିନି ଜଣଯାକ ଚାପି ରହି ଯାଇଥିଲେ। ଗ୍ରାମବାସୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ଆରିଫଙ୍କୁ ମୃତ ଘୋଷଣା କରାଯାଇଥିଲା। ସେପଟେ ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।