FeaturedLatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ୱର(ସଂକେତ ଟିଭି) : ଗଞ୍ଜାମ ଜିଲ୍ଲା ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ ଦେଇଛନ୍ତି । ଦଳ ଛାଡିବାର କାରଣ ଇସ୍ତଫା ପତ୍ରରେ ଦର୍ଶାଇ ନାହାନ୍ତି । ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପୂର୍ଣ୍ଣ ଚନ୍ଦ୍ର କେଉଁ କାରଣରୁ ଇସ୍ତଫା ଦେଉଛନ୍ତି ସେନେଇ ଇସ୍ତଫା ପତ୍ରରେ ଦର୍ଶାଇ ନଥିବା ବେଳେ ତାଙ୍କୁ ଲୋକମାନଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଟିକେଟରେ ଦୁଇ ଥର ବିଧାୟକ ହୋଇଛନ୍ତି । 2009ରୁ 2014 ଓ 2014ରୁ 2019 ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ଖଲ୍ଲିକୋଟରେ ତାଙ୍କର ବେଶ ଦବଦବା ମଧ୍ୟ ରହିଥିଲା । କିନ୍ତୁ ଗତ ନିର୍ବାଚନରେ ପୂର୍ଣ୍ଣ ଚନ୍ଦ୍ରଙ୍କ ବଦଳରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂର୍ଯ୍ୟମଣି ବୈଦ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଥିଲେ । ଯାହାକୁ ନେଇ ପୂର୍ଣ୍ଣ ଚନ୍ଦ୍ର ଅସନ୍ତୋଷ ଥିବା କୁହାଯାଉଛି ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ସହଯୋଗୀ ଭାବେ ପୂର୍ଣ୍ଣଚନ୍ଦ୍ର ସେଠୀ ପରିଚିତ । ତେବେ ସେ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।