CrimeFeaturedLatest

ନକଲି ସୂଚନା ଅଧିକାର କର୍ମୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ବର (ସଂକେତ ଟିଭି) ଜଣେ ନକଲି ସୂଚନା ଅଧିକାର କର୍ମୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଭୁବନେଶ୍ୱରରୁ ଗିରଫ କରିଛି । ଚାକିରି ଆଶାୟୀ, କ୍ରସର ଲାଇସେନ୍ସ,, ମଦ ଲାଇସେନ୍ସ,, ବଦଳି ଓ ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକେଇର ମାଷ୍ଟର ମାଇଣ୍ଡ କିଶୋର ମିଶ୍ରକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଗିରଫ ପରେ ତାଙ୍କୁ କୋରାପୁଟ ଏସଡିଜେଏମରେ କରାଗଲା ହାଜର କରାଯାଇଛି । କିଶୋର ମିଶ୍ର ଗ୍ୟାଙ୍ଗରେ ରାଜ୍ୟ ତମାମ ଲୋକ ସଂପୃକ୍ତ ଥିବା ସୁରାକ ମିଳିଛି । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ । ଗତ ୨ରୁ ୩ବର୍ଷ ମଧ୍ୟରେ ତାଙ୍କ ଆକାଉଣ୍ଟରେ ୨କୋଟିରୁ ଅଧିକ ଜମା ହୋଇଥିବା ଜଣାପଡିଛି ।