ଏସିଆ କପ୍ ୨୦୨୩ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା
ମୁମ୍ବାଇ (ସଂକେତ ଟିଭି) ଏସିଆ କପ୍ ୨୦୨୩ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟିମ୍ ରୋହିତ ଶର୍ମାଙ୍କ ଅଧିନାୟକ ଦାୟିତ୍ୱ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାବାଦ୍ ଦୀର୍ଘ ଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି ଯଶପ୍ରୀତ ବୁମ୍ରାହ, ଶ୍ରେୟସ ଆୟର, କେଏଲ୍ ରାହୁଲ ।
ସେହିପରି ଯୁବ ବ୍ୟାଟର ତିଲକ ବର୍ମା ଏବଂ ଇଷାନ୍ କିଷାନ୍ଙ୍କୁ ମିଳିଛି ସୁଯୋଗ । ଯୁବ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବି ୧୭ ଜଣିଆ ଟିମ୍ରେ ସାମିଲ କରାଯାଇଛି । ଏହାବାଦ୍ ସଞ୍ଜୁ ସାମ୍ସନ୍ଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମ୍ ସାମିଲ କରାଯାଇଛି ।
ସୂଚନା ଅନୁଯାୟୀ, ଏସିଆ କପ୍ ୨୦୨୩ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୭ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ର ସମସ୍ତ ମ୍ୟାଚ୍ ।
ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଦଳ-:ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଷାନ୍ କିଷାନ୍, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ।
ଷ୍ଟାଇବାଇ ଖେଳାଳି- ସଞ୍ଜୁ ସାମସନ୍
