CrimeFeaturedLatest

ସିବିଆଇ ଅଧିକାରୀ କହି ଲୁଟିନେଲେ ୨ କୋଟି ଟଙ୍କା, ୮ ଗିରଫ

ଭୁବନେଶ୍ବର (ସଂକେତ୍ ଟିଭି ) ସିବିଆଇ ଅଧିକାରୀ କହି ଅଗଷ୍ଟ ୨ ତାରିଖରେ ଭୁବନେଶ୍ବର ନନ୍ଦନବିହାର ଅଞ୍ଚଳର ନିବାରଣ ପାଣିଙ୍କ ଘରେ ପଶି ୯ ଜଣିଆ ଡକାୟତ ଗ୍ୟାଙ୍ଗ୍‌ ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିଲେ । ତେବେ କମିଶନରେଡ ପୋଲିସ ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଆଗରୁ ଗିରଫ କରିଥିଲା । ଆଜି ଏହି ମାମଲାର ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରିଛି ।

ଧରାପଡ଼ିଥିବା ପେସାଦାର ଡକାୟତମାନେ ହେଲେ ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ କଲୋନି ମନ୍ଦିରସାହି ଅଞ୍ଚଳର ହେମନ୍ତ କୁମାର ଧୀର (୩୨), ଲକ୍ଷ୍ମୀବଜାର ଅଞ୍ଚଳର ସନାତନ ନାୟକ ଓରଫ୍ ସନା (୪୨), ଭୁବନେଶ୍ବର ସାଲିଆସାହିରେ ରହୁଥିବା ଅନୁଗୁଳ ଅମଲାପଡ଼ାର ଅର୍‌ବାଜ ଖାଁ ଓରଫ୍ ବିଟୁ (୨୨), କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ତେଲେଙ୍ଗାବସନ୍ତର ସଞ୍ଜୟ ମଲ୍ଲିକ ଓରଫ୍ କାଳିଆ (୩୬) ଏବଂ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରହୁଥିବା ଯାଜପୁର ବରୀ ଦରଘାର ଅଜ୍‌ମର ଅଲ୍ଲୀ ଓରଫ୍ ରାଜା (୪୮)।

ସେମାନଙ୍କଠାରୁ ପୋଲିସ୍ ନଗଦ ୧କୋଟି ୨ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ଚେନ୍, ୪ଟି ମୁଦି ଓ ହଳେ କାନଫୁଲ ଜବତ କରିଛି। ଏଥିସହିତ ଏକ ଅଟୋମେଟିକ୍ ପିସ୍ତଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୋଲିସ୍ କୋଲକାତା, ଚେନ୍ନାଇ ଏବଂ ଅନୁଗୁଳ ରେଙ୍ଗାଲିରୁ ଗିରଫ କରିଛି। ତେବେ ଏହି ଡକାୟତିର ମୁଖ୍ୟ ସୂତ୍ରଧର ବାଦଲ ଏବଂ ଅନ୍ୟ ତିନି ଡକାୟତ ଧରାପଡ଼ିନଥିଲେ।

ସୂଚନୀ ଅନୁସାରେ, ଅଗଷ୍ଟ ୨ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଘରେ ନିବାରଣ ପାଣିଙ୍କ ଘରେ ଲୁଟେରାମାନେ ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ପଶିଥିଲେ । ନଗଦ ୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ନିବାରଣ ପାଣିଙ୍କ ସଂପର୍କୀୟ ଡ୍ରାଇଭର ବୋଲି ଜାଣିବାକୁ ପାଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ୫ ଜଣ ଡକାୟତ ଓ ଏବେ ୩ ଜଣଙ୍କୁ ବାନ୍ଧିଛି । ଅନ୍ୟପଟେ ନିବାରଣ ପାଣି କେଉଁଠୁ ନଗଦ ୨ କୋଟି ଟଙ୍କା ଆଣିଲେ, ସେ ନେଇ ଆୟକର ବିଭାଗ ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରିପାରେ ।