LatestNewsPolitics

ବିଜେପିରୁ ଇସ୍ତଫା ଦେବେ ସୁକାନ୍ତ ନାୟକ, ନୀଳଗିରିରୁ ହେବେ ବିଜେଡି ପ୍ରାର୍ଥୀ

ବାଲେଶ୍ବର (ସଂକେତ ଟିଭି) : ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି 12.30 ମିନିଟ ସମୟରେ ବିଜେପିରୁ ଇସ୍ତଫା ଦେବେ । ସେ ବିଜେଡିରେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି । ସେ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ହେବେ ବୋଲି ଜଣାପଡିଛି ।

ଗତ କିଛି ଦିନ ଧରି ନବୀନ ନିବାସରେ ନୀଳଗିରି ଆସନକୁ ନେଇ ଅନେକ ଥର ଆଲୋଚନା ହୋଇଥିଲା । ତେବେ ଏଥିରେ ସୁକାନ୍ତ ନାୟକ ମଧ୍ଯ ଯୋଗଦେଇଥିବାର ଜଣାପଡିଛି । ତେବେ ଏଥର ତାଙ୍କୁ ବିଜେଡି ନୀଳଗିରି ଆସନରୁ ପ୍ରାର୍ଥୀ କରି ସେହି ଆସନରେ ବିଜୟ ନିଶ୍ଚିତ କରିବ । ସୁକାନ୍ତଙ୍କର ନିଳଗିରି ଆସନରେ ବେଶ୍ ପତିଆରା ରହିଥିବା ବେଳେ ବିଜେଡି ସେହି ଆସନକୁ ନିଜ ଅକ୍ତିଆର ରେ ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।