FeaturedGeneralLatestPolitics

କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି, ହେଲେ ସେ ମାନି ନଥିଲେ : ଆନ୍ନା ହଜାରେ

ନୂଆଦିଲ୍ଲୀ (ସଂକେତ ଟିଭି) : ଅରବିନ୍ଦ କେଜ୍ରିୱାଲ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଏମିତି ମତ ରଖିଛନ୍ତି ସମାଜସେବୀ ଆନ୍ନା ହାଜାରେ ।

ତାଙ୍କ କହିବା ମୁତାବକ, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ନୂତନ ଅବକାରୀ ନୀତି ସମ୍ପର୍କରେ ତାଙ୍କୁ ଦୁଇଥର ଚିଠି ଲେଖିଥିଲି। ମୁଁ ଦୁଃଖିତ ଯେ ସେ ମୋ କଥା ଶୁଣି ନଥିଲେ ଏବଂ ବର୍ତ୍ତମାନ ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ଯେତେବେଳେ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଆମ ସହ ଯୋଗ ଦେଇଥିଲେ, ମୁଁ କହିଥିଲି ଯେ ସେମାନେ ଦେଶର କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟ କରିବା ଉଚିତ୍। କିନ୍ତୁ କ୍ଷମତାକୁ ଆସିବା ପରେ ସେ ଏହାକୁ ଧ୍ୟାନରେ ରଖି ନଥିଲେ। ବର୍ତ୍ତମାନ ମୁଁ ତାଙ୍କୁ କୌଣସି ପରାମର୍ଶ ଦେବି ନାହିଁ। ଆଇନ ଏବଂ ସରକାର ଯାହା କରିବାର କଥା କରିବେ। ମୁଁ କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି। ଏବେ ତାଙ୍କ ଅବସ୍ଥା ଦେଖି ଦୁଃଖ ହେଉନାହିଁ।

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୯ଥର ଏହି ମାମଲା ପାଇଁ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଥିଲେ ବି ସେ ହାଜର ହୋଇନଥିଲେ। ଏଥିପାଇଁ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା।