LatestNewsPolitics

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର (ସଂକେତ ଟିଭି) : କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏ ନେଇ ସାଂସଦ ଭର୍ତ୍ତୃହରି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ । ସେ ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସାଂସଦ ଭାବେ ମୁଁ ମୋ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇଛି । ବିଜେବି ଡିରେଡି ସଂଶୋଧନର ଆବଶ୍ୟକତା ଅଛି । ଦଳ ଦୁର୍ନୀତି ବିରୋଧରେ ଗଠନ ହୋଇଥିଲା । ଏବେ ଦଳର ସଂଚାଳନ ଏବଂ ପରିଚାଳନାରେ ସଂଶୋଧନ ଆବଶ୍ୟକ । ସଂଶୋଧନ ପାଇଁ ମୁଁ ଚେଷ୍ଟା କରିଛି, କିନ୍ତୁ ସମ୍ଭବ ହେଲାନି । ମୋ ଅନୁଭବକୁ ପ୍ରକାଶ କରିବାର ସୁଯୋଗ ନାହିଁ । ଭାବ ପ୍ରକାଶ କଲେ ସମାଲୋଚନା ଅଧିକ ହେଉଛି । ୨ ବର୍ଷ ହେଲା ମୁଁ କୌଣସି ମତ ପ୍ରକାଶ କରୁନାହିଁ । ଧର୍ଯ୍ୟର ଏକ ସୀମା ଥାଏ, କିନ୍ତୁ ଏବେ ସୀମା ଅତିକ୍ରମ କରିସାରିଛି । ଭର୍ତ୍ତୃହରି ସାଗର ଓ ରାବଣ ଉପାଖ୍ୟାନ ଉଠାଇଲେ । ରାବଣ ବିରୁଦ୍ଧରେ ସଂଗ୍ରାମ ପାଇଁ ସାଗର ସହ ଲଢେଇ ପାଇଁ ରାମ ପ୍ରସ୍ତୁତ ହୋଇଥିଲେ । ଜଣେ କେହି ଆଗକୁ ଆସି କ୍ରୋଧ ପ୍ରକାଶ କରିବାର ଥିଲା । ଯାହା ମୁଁ ଆଜି ପ୍ରକାଶ କରୁଛି । ପ୍ରାୟ ୨ ବର୍ଷତଳୁ ମନ ସ୍ଥିର କରିସାରିଛି । ଦଳରେ ଆଉ ପୂର୍ବ ସ୍ଥିତି ନାହିଁ । ମୋ ବିରୁଦ୍ଧରେ ଚାର୍ଜଫ୍ରେମ ହେବା ଏକ ଦୁର୍ଭାଗ୍ୟଜନକ । ଲୋକଙ୍କୁ ପଚାରି ପରବର୍ତ୍ତୀ ନିଷ୍ପତ୍ତି ନେବି । ରାଜନୀତିରେ ରହିବି କି ନାହିଁ ଆଗକୁ ଜଣାପଡିବ । ଭର୍ତ୍ତୃହରି ମହାତାବ ବିଜେଡି-ବିଜେବି ମେଣ୍ଟ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ମେଣ୍ଟ ନହେବା ଗଣତନ୍ତ୍ର ପାଇଁ ଶୁଭ ବୋଲି ସେ କହିଛନ୍ତି ।