FeaturedGeneralLatest

ଲୋକସଭା ନିର୍ବାଚନରେ ​​ନିଜ ଭାଗ୍ୟ ପରୀକ୍ଷା କରିବେ ବୀରପ୍ପାନଙ୍କ ଝିଅ

ନୂଆଦିଲ୍ଲୀ (ସଂକେତ ଟିଭି) : ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବାକୁ ଯାଉଛନ୍ତି ଜଙ୍ଗଲ ଦସ୍ୟୁଭାବେ ପରିଚିତ ବିରାପାନଙ୍କ ଝିଅ ବିଦ୍ୟା ରାଣୀ । ସେ ତାମିଲାନାଡୁର କୃଷ୍ଣଗିରିରୁ ନିର୍ବାଚନ ଲଢ଼ିବେ । କିଛିଦିନ ପୂର୍ବରୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଏକ ପ୍ରତିକ୍ରିୟାରେ କହିଛନ୍ତି କି, ନାମ ତାମିଜଦାର କାଟଚି ପାର୍ଟିର ଟିକେଟରେ ନିର୍ବାଚନ ଲଢ଼ିବେ ।

ସେ କହିଛନ୍ତି କି, ମୋ ବାପା ଲୋକଙ୍କ ସେବା କରିବା ପାଇଁ ଚାହୁଁଥିଲେ ମାତ୍ର ସେ ଯେଉଁ ଉପାୟ ଆପଣାଇଥିଲେ ତାହା ଭୁଲ୍ ଥିଲା । ତେବେ ବିଦ୍ୟା ପେଶାରେ ଜଣେ ଆଇନଜୀବୀ । ବିଜେପିରେ ରହିଥିବାବେଳେ ୟୁଥ ବିଗ୍ରେଡ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ । ମାତ୍ର ଦଳ ବିରୋଧୀ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିଲେ । ଏବେ ସେ ବିଜେପିରୁ ଇସ୍ତଫା ଦେଇସାରିଥିବାବେଳେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।