FeaturedGeneralLatest

ତିହାର ଜେଲରୁ ସରକାର ଚଳାଉଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ତିହାର ଜେଲରୁ ଚଳାଉଛନ୍ତି। ରବିବାର ସକାଳେ ସେ ଜେଲରୁ ପ୍ରଥମ ଆଦେଶ ଦେଇଛନ୍ତି। କେଜ୍ରିୱାଲ ଏକ୍ସାଇଜ୍ ପଲିସି ସ୍କାମରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ଜେଲରେ ଅଛନ୍ତି ।

ଏହି ସୂଚନା ପ୍ରଦାନ କରି ଆମ୍ ଆଦମୀ ପାର୍ଟି (ଏଏପି ) ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ସିଏମ୍ କେଜ୍ରିୱାଲ ଜଳ ମନ୍ତ୍ରଣାଳୟ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଠିଥିଲା ​​ଯେ ଜେଲ ଭିତରୁ ସିଏମ କେଜ୍ରିୱାଲ କେଉଁ ଆଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଏଏପି ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶି ମାର୍ଲେନା ଏକ ସାମ୍ବାଦିକ ସମ୍ମିଳନୀ କରି ସିଏମ କେଜ୍ରିୱାଲଙ୍କ ଆଦେଶ ପଢ଼ିଛନ୍ତି।

ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ( ଏଏପି) ଦିଲ୍ଲୀର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସିଏମ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଛି। ଆଇଟିଓ ଫୁଟଓଭର ବ୍ରିଜରେ ଏଏପି ମହିଳା କର୍ମୀମାନେ ବିରୋଧ କରିଥିଲେ। ଏହି ବିକ୍ଷୋଭକାରୀମାନେ ‘ମେଁ ଭି କେଜ୍ରିୱାଲ୍’ ବ୍ୟାନରକୁ ଟଙ୍ଗାଇ କେଜ୍ରିୱାଲଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ତେବେ ପୋଲିସ ସେମାନଙ୍କୁ ତୁରନ୍ତ ସେଠାରୁ ହଟାଇ ଦେଇଥିଲା।

କେଜ୍ରିୱାଲଙ୍କ ଏଭଳି ନିର୍ଦ୍ଦେଶ ଜାରି ପରେ ଆତିଶି କହିଛନ୍ତି ଜେଲରେ ଥିଲେ ଢ଼ଦ୍ୟ ମୁଖ୍ୟମନ୍ତ୍ରୀଙ୍କର ଜନସାଧାରଣଙକ ପ୍ରତି ଚିନ୍ତା ରହିଛି। ‌ତେଣୁ ସେ ଜେଲରୁ ନିର୍ଦ୍ଦେଶ ଜାରି କରି ସରକାର ଚଳାଉଛନ୍ତି। ଅପରପକ୍ଷରେ ବିଜେପି ସରକାର ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ସେ କହିଛନ୍ତି। ଜନସାଧାରଣ ଏହାର କଡ଼ା ଜବାବ ଦେବେ ବୋଲି ଆତିଶି କହିଛନ୍ତି। ନିର୍ବାଚନ ପାଖେଇ ଆସିବା ସହିତ ବିଜେପିର ଭୟ ବୃଦ୍ଧି ପାଉଥିବା ସେ କହିଛନ୍ତି।