FeaturedGeneralLatestPolitics

ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ ବୋଲି କହିଲେ ଉଦୟନିଧି ଷ୍ଟାଲିନ

ନୂଆଦିଲ୍ଲୀ (ସଂକେତ ଟିଭି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ ବୋଲି କହିଛନ୍ତି ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ। ବିଜେପି ନେତୃତ୍ୱାଧୀନ କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ସେ ମୋଦିଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି, ଟିକସ ହିସାବରେ ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଏକ ଟଙ୍କା ଉପରେ କେନ୍ଦ୍ର, ରାଜ୍ୟକୁ ମାତ୍ର ୨୮ ପଇସା ଆବଣ୍ଟନ କରୁଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ ବୋଲି କହିବା ଉଚିତ। ରାମନାଥପୁରମ୍ ଏବଂ ଥେନିରେ ପୃଥକ ସମାବେଶକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏପରି କହିଛନ୍ତି ।

ଏହା ବ୍ୟତୀତ କେନ୍ଦ୍ରର ଜାତୀୟ ଶିକ୍ଷା ନୀତି ଉପରେ ମଧ୍ୟ ବର୍ଷିଛନ୍ତି ଷ୍ଟାଲିନ। ଷ୍ଟାଲିନ କହିଛନ୍ତି, ତାମିଲନାଡୁ ପିଲାମାନଙ୍କର ଭବିଷ୍ୟତକୁ ନଷ୍ଟ କରିବା ପାଇଁ ବିଜେପି ଜାତୀୟ ଶିକ୍ଷା ନୀତି (NEP) ଆଣିଛି।

ସେ କହିଛନ୍ତି ଯେ, ତାମିଲନାଡୁକୁ ପାଣ୍ଠି ବିନିଯୋଗ, ବିକାଶମୂଳକ ପ୍ରକଳ୍ପ ଏବଂ ରାଜ୍ୟରେ NEET ଉପରେ ପ୍ରତିବନ୍ଧକ ଲଗାଇବା ପରିପ୍ରେକ୍ଷୀରେ କେନ୍ଦ୍ର ଭେଦଭାବ କରିଛି। କେବଳ ନିର୍ବାଚନ ଆସିଲେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଆସନ୍ତି।