FeaturedGeneralLatestPolitics

ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ଗିରଫ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ସୁପ୍ରିମକୋର୍ଟ ଏହା ପୂର୍ବରୁ ଶୁଣାଣି କରିବାକୁ ରାଜି ହୋଇଥିଲେ। ଏଥିପାଇଁ ମୁଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡ ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିଶ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତା ବାଲା ବେଞ୍ଚକୁ ମାମଲା ହସ୍ତାନ୍ତର କରିଥିଲେ। ଏହାର କିଛି ସମୟ ମଧ୍ୟରେ କେଜ୍ରିଓ୍ବାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରୁ ଆବେଦନକୁ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭି ଆଜି ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବାର ଥିଲା । ଏହି ଆବେଦନର ଶୁଣାଣି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ ଏମ ସୁନ୍ଦରେଶ ଏବଂ ଜଷ୍ଟିସ ବେଲା ମାଧୁର୍ଯ୍ୟ କରିବେ ବୋଲି ସ୍ଥିର ହୋଇଥିଲା । ମାତ୍ର ତା ପୂର୍ବରୁ ପିଟିସନ ପ୍ରତ୍ୟାହାର କରି ନେଇଥିଲେ କେଜ୍ରିୱାଲ ।

ସୂଚନା ଅନୁସାରେ, ଗୁରୁବାର ରାତିରେ କେଜରିଓ୍ବାଲଙ୍କ ଗିରଫଦାରୀ ସମୟରେ ତାଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟ ପହଞ୍ଚିଥିଲେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ନେଇ ତୁରନ୍ତ ଶୁଣାଣି କରିବାକୁ ଅପିଲ କରିଥିଲେ। କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ଗୁରୁବାର ରାତିରେ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇନଥିଲା । ତେବେ ବର୍ତ୍ତମାନ ଏହା ସାମ୍ନାକୁ ଆସୁଛି ଯେ ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିମ୍ନ ଅଦାଲତଙ୍କ ନିକଟକୁ ଯାଇ ପାରନ୍ତି।