FeaturedGeneralLatest

ରେଳ ବିଭାଗର ବଡ଼ ଘୋଷଣା, ଏଥର ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ (ସଂକେତ ଟିଭି) : ଏଣିକି ସମସ୍ତ ରେଳଯାତ୍ରୀଙ୍କୁ ମିଳିବ କନଫର୍ମ ଟିକେଟ। ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । କେନ୍ଦ୍ର ସରକାର ଏମିତି ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏଭଳି ସୁବିଧା ୫ ବର୍ଷ ମଧ୍ୟରେ ଉପଲବ୍ଧ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଆଗାମୀ ୫ ବର୍ଷରେ ଭିତରେ ସରକାର ଏପରି ବ୍ୟବସ୍ଥା କରିଛନ୍ତି ଯେଉଁଥିରେ, ଯାତ୍ରୀ ଆବେଦନ କରିବା କ୍ଷଣି କନଫର୍ମ ଟିକେଟ ପାଇ ପାରିବେ । ଏନେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ୟାଣକାରୀ ଯୋଜନା ଆଣିଛନ୍ତି । ରେଳ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଧରଣ ରୂପାନ୍ତରଣ । ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହେବ । ଯାତ୍ରୀମାନଙ୍କୁ ଆଉ ପୂର୍ବରୁ ପରି ୱେଟିଂ ଲିଷ୍ଟରେ ରହିବାକୁ ପଡିବ ନାହିଁ । ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚି ପାରିବେ ଯାତ୍ରୀ ।

ସେ ଆହୁରି କହିଛନ୍ତି, ୨୦୧୪ରୁ ୨୦୨୪ ମଧ୍ୟରେ ୩୧ ହଜାର କିଲୋମିଟରର ନୂତନ ଟ୍ରାକ୍ ନିର୍ମାଣ ହୋଇଛି । ଯେଉଁଥିରୁ ୫ ହଜାର କିଲୋମିଟର ଇଲେଟ୍ରିଫାଏଡ ରହିଛି । ଗତ ୧୦ ବର୍ଷ ମଧ୍ୟରେ ୫୪ ହଜାର ନୂଆ କୋଚ୍ ଗଠିତ ହୋଇଛି । ସେହିପରି ଦେଶର ପ୍ରଥମ ବୁଲେଟ୍ ଟ୍ରେନ ୨୦୨୬ରେ ଗଡ଼ିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।