FeaturedLatestPolitics

ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ବର (ସଂକେତ ଟିଭି) : ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଚିରଞ୍ଜୀବଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ଗତକାଲି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ ହେଉଛନ୍ତି ଚିରଞ୍ଜୀବ ବିଶ୍ବାଳ । ସେ ୨୦୦୪ ରେ ତିର୍ତୋଲ ଏବଂ ୨୦୧୪ରେ ଜଗତସିଂହପୁରରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ରେ ସେ ଜଗତସିଂହପୁରରୁ ପରାଜିତ ହୋଇଥିବା ବେଳେ ବିଜେଡିରୁ ପ୍ରଶାନ୍ତ ମୁଦୁଲି ଜିତିଥିଲେ।

ବିଜେଡିରେ ଯୋଗଦେବା ପରେ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ମୋ ସହ କଂଗ୍ରେସ ତ୍ୟାଗ କରି ଆସିଥିବା ନେତାଙ୍କୁ ସ୍ୱାଗତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଆସିବାକୁ ସହମତି ଦେଇଥିବାରୁ, କୃତଜ୍ଞତା ଜଣାଉଛି। କିଛି ସ୍ୱାର୍ଥ ନେଇ ମୁଁ ବିଜେଡିକୁ ଆସିନାହିଁ। ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଜନସେବା କାର୍ଯ୍ୟକ୍ରମ, ମହିଳା, ଗାଁ ଓ ଗରିବଙ୍କ ପାଇଁ କାମ, ଗରିବ ରାଜ୍ୟକୁ ଖାଦ୍ୟ ବଳକା ରାଜ୍ୟ କରିବାରେ ତାଙ୍କ ଅବଦାନ ଯୋଗୁଁ ମିଶିଛି। ଛୋଟିଆ କର୍ମୀ ଭାବେ ରହିବି ଓ ହାଇକମାଣ୍ଡଙ୍କ ନିର୍ଦେଶରେ କାମ କରିବି। ସବୁ କର୍ମୀ ମନପ୍ରାଣ ଦେଇ ବିଜେଡି ପାଇଁ କାମ କରିବେ ବୋଲି ସେ କହିଛନ୍ତି।