FeaturedLatestNewsPolitics

କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର (ସଂକେତ ଟିଭି) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବରେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ଆସନରୁ ସେ ପ୍ରଥମଥର ଭାବେ ତାଙ୍କର ନାମାଙ୍କନ ଭରିଛନ୍ତି। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ ଉଦୟ ସିଂଦେଓ, ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ସିଂଦେଓ, ଟିଟିଲାଗଡ ବିଧାନସଭା ପ୍ରାର୍ଥୀ ଟୁକୁନି ସାହୁ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନରୁ ନାମାଙ୍କନପତ୍ର ଦାଖଲ କରିଥିଲେ । ଚଳିତ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି ନବୀନ- ହିଞ୍ଜିଳି ଏବଂ କଣ୍ଟାବାଞ୍ଜି । ୨୦୧୯ରେ ମଧ୍ୟ ୨ଟି ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଉଭୟ ଆସନରେ ବିଜୟ ହାସଲ କରିବା ପରେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ ନବୀନ ।