CrimeFeaturedLatest

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର (ସଂକେତ ଟିଭି): ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମରେ ଘଟିଛି ଏଭଳି ଘଟଣା । ହିକିନ ମାଝୀ ଙ୍କ ସ୍ତ୍ରୀ ଦୋଲି ମାଝୀ ଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯା ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତକିଛି ଦିନ ତଳେ ସିନିଙ୍ଗା ମାଝୀ ଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ଗତକାଲି ରାତିରେ ଦୋଲି ଶୋଇଥିବା ବେଳେ ତାଙ୍କ ସାନ ଯାଆ ଆକ୍ରମଣ କରିଥିଲେ । ଦୋଲି ଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୋଲି ଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନା ରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଫେରାର ହୋଇଯାଇଛନ୍ତି ।