LatestNewsPolitics

ଭୁବନେଶ୍ବରରେ ରୋଡ ଶୋ କରି ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦୀ

ଭୁବନେଶ୍ୱର (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଏଥିରେ ଯୋଗ ଦେବା ପୂର୍ବରୁ ସେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ ଥିବା ଜନତା ମୈଦାନ ଯାଏ ରୋଡ୍ ଶୋ କରିବେ।

ସୂଚନା ଅନୁସାରେ, ସୋମବାର ବଦଳରେ ବୁଧବାର ସନ୍ଧ୍ୟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ତେବେ ବର୍ତମାନ ସୁଦ୍ଧା ବିଜେପି ଏହାର ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରଣ କରିପାରି ନାହିଁ। ପୂର୍ବରୁ ସୋମବାର ସକାଳେ ବିଧାୟକ ଦଳ ବୈଠକ ହେବାକୁ ଥିବା ବେଳେ ଏହା ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି। ଏଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ଲାଗିବ।