FeaturedLatestNewsPolitics

ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି : ମୋଦୀ

ବରଗଡ଼ (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ସଂସ୍କୃତି ଉପରେ ଧାରଣା ନାହିଁ। ତା ହାତକୁ ଓଡ଼ିଶା ଯିବା ଉଚିତ କି? ଓଡ଼ିଶାର ଶାସନ ଆଉଟସୋର୍ସ ହୋଇଗଲାଣି। ଓଡ଼ିଶାକୁ ରକ୍ଷା କରିବାର ଦାୟିତ୍ବ ଆପଣମାନଙ୍କର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ନିକଟ ବରହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ଅନୁଷ୍ଠିତ ଏକ ଜନସଭାରେ ଏହା କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି। ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି। ଓଡ଼ିଆରେ ମୋଦି କହିଛନ୍ତି ଆଉ କେତେ ଦିନ ସହିବ ଓଡ଼ିଶା। ନାଁ ନ ନେଇ ମୋଦି କହିଛନ୍ତି, ଓଡ଼ିଶା ବରବାଦ ହେଉଛି। ମୁଁ ଏଠାକୁ ବିଜେପି ପାଇଁ ଭୋଟ ମାଗିବାକୁ ଆସିନାହିଁ। ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି ବୋଲି ସେ କହିଛନ୍ତି।