LatestNewsPolitics

ମୋଦିଙ୍କୁ ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ପାଣ୍ଡିଆନ, କହିଲେ ୯ ତାରିଖ ଆସିବେ

ରାଉରକେଲା (ସଂକେତ ଟିଭି) : ଓଡିଶା ଗସ୍ତରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଣ୍ଡିଆନଙ୍କୁ ସୁପରସିଏମ୍ କହିବା ସହିତ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । କାଉଣ୍ଟର ଭିତରେ ପ୍ରଧାନମନ୍ତ୍ରୀଙ୍କୁ ସେ ନିମନ୍ତ୍ରଣ କରିଛନ୍ତି ।

ସେ କହିଛନ୍ତି, ଜୁନ ୧୦ ତାରିଖରେ ବିଜେପି ସରକାର ଗଢିବ ବୋଲି ଆପଣ କହିଥିଲେ । ଆମ ମୁଖ୍ୟମନ୍ତ୍ରୀ ତାର ଜବାବ ଦେଲେ। ସେ କହିଥିଲେ, ବିଜେପିର ଅଭ୍ୟାସ ଅଛି ଦିନରେ ସ୍ବପ୍ନ ଦେଖିବା । ଆପଣଙ୍କୁ ବିନମ୍ର ସହ କହିବି ଓଡିଶାବାସୀଙ୍କ ଭଲ ପାଇବା, ଓଡିଶାବାସୀଙ୍କ ସ୍ନେହ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ୧୧.୩୦ରୁ ୧ଟା ଭିତରେ ଆମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଆପଣଙ୍କୁ ଅନୁରୋଧ ରହିଲା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଆପଣ ସାମିଲ ହେବେ । ଆଉ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ। ଓଡିଶା ପାଇଁ ସ୍ପେଶାଲ ପ୍ୟାକେଜ କରିବେ, ଓଡିଶା କୋଲ ରୟାଲଟିକୁ ବୃଦ୍ଧି କରିବେ । ଆପଣ ଆସି ଜୁନ ୯ରେ ଏ ସବୁ ଘୋଷଣା କରନ୍ତୁ । ଓଡିଶାବାସୀ ଖୁସି ହେଲେ ଆପଣ ୪୦୦ ପାର ବି କରିବେ ବୋଲି ପାଣ୍ଡିଆନ କହିଛନ୍ତି ।