FeaturedLatestNewsPolitics

ପାଣ୍ଡିଆନ ନିୟନ୍ତ୍ରଣ କରିବା ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି) : ୫ଟି ସଚିବ ଭି କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଥିବା ବିଜେପି ବିଭିନ୍ନ ଭିଡ଼ିଓ ଜାରି କରି ଭାଇରାଲ କରୁଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଉଣ୍ଟର କରିଛନ୍ତି । ସେ କହିଛନ୍ତି ଯେ ଏସବୁ ଅଭିଯୋଗକୁ ହାସ୍ୟାସ୍ପଦ ବୋଲି କହିବା ସହ ଏଭଳି କଥାର ଓଜନ ନାହିଁ ।

ଏକ ସାକ୍ଷାତକାର ଦେଇ ପାଣ୍ଡିଆନ ତାଙ୍କ ବଦଳରେ ନିଷ୍ପତ୍ତି ନେଉଥିବା ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଭଳି କଥା ହାସ୍ୟାସ୍ପଦ। ପୂର୍ବରୁ ଏନେଇ କହିଛି। ଏହା ଗୋଟିଏ ପୁରୁଣା ଅଭିଯୋଗ। ଏହି କଥାର ଓଜନ ନାହିଁ। ଉଭୟ ଦେଶ ଓ ରାଜ୍ୟରେ ଲୋକପ୍ରିୟତା ହ୍ରାସ ପାଉଥିବାରୁ ବିଜେପି ନିରାଶ ହୋଇ ଏଭଳି ଅଭିଯୋଗ କରୁଛି। ବିଜେଡି ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଧ୍ୟାନ ଦିଏ ବୋଲି ସେ କହିଛନ୍ତି।