LatestNewsPolitics

ଆସିଲା ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ବର (ସଂକେତ ଟିଭି) : ବିଜୁ ଜନତା ଦଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ନବୀନ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ। ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ।

ସେହିପରି ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ
କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ଅନୁଗୁଳ- ସଂଯୁକ୍ତା ସିଂହ
ନିମାପଡ଼ା- ଦିଲୀପ ନାୟକ
ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଇନ୍ଦିରା ନନ୍ଦ
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ପଦ୍ମପୁର- ବର୍ଷା ସିଂ ବରିହା
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ
ଦେବଗଡ଼- ଅରୁନ୍ଧତି ଦେବୀ

ଅନ୍ୟପଟେ ବିଜେଡି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ ଆଜି ସେଥିରେ ପରିବର୍ତ୍ତନ କରାଯାଇ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୨୧ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।