FeaturedLatestNewsPolitics

ଓଡ଼ିଶାର ଲୋକ ନବୀନ ସରକାରକୁ ହଟାଇ ପରିବର୍ତ୍ତନ ଚାହୁଁଛନ୍ତି : ଓମ୍ ବିର୍ଲା

ବାଲେଶ୍ବର (ସଂକେତ ଟିଭି): ଓଡ଼ିଶାର ଲୋକ ନବୀନ ସରକାରକୁ ହଟାଇ ପରିବର୍ତ୍ତନ ଚାହୁଁଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ବାଲେଶ୍ଵର ନୋସି ସମ୍ମିଳନୀ କକ୍ଷରେ “ବିକଶିତ ଭାରତ ବିକଶିତ ଓଡ଼ିଶା” ନାମକ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ।

ସେ କହିଛନ୍ତି ଯେ ବିଗତ ଦଶ ବର୍ଷରେ ଭାରତର ବିକାଶର ଗାଥା ଗୋଟିଏ ପରେ ଗୋଟିଏ ବିସ୍ତ୍ରୁତ ଭାବେ କହିଥିଲେ। ଗୋଟିଏ ସମୟ ଥିଲା ଭାରତ ସାମରିକ କ୍ଷେତ୍ରରେ ଆମେରିକା, ରୁଷ, ଇଂଲଣ୍ଡ, ଇଉରୋପ, ଫ୍ରାନ୍ସ, ଜାପାନ, ଜର୍ମାନୀ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ଥିଲା, ମୋଦିଜୀଙ୍କ ସଂକଳ୍ପ ଯୋଗୁ ସାମରିକ କ୍ଷେତ୍ରରେ ଆମେ ୮୦% ଆତ୍ମନିର୍ଭରଶୀଳ ହୋଇପାରିଛୁ, ତତ୍ସହିତ ରପ୍ତାନି କରୁଛୁ। ୨୦୧୪ ପୁର୍ବରୁ ଦେଶରେ ଆତଙ୍କବାଦୀ ଘଟଣା ପ୍ରତିନିୟତ ଘଟୁଥିବା ବେଳେ ମୋଦିଜୀ ଆତଙ୍କବାଦୀ, ମାଓବାଦୀଙ୍କ କାର୍ଯ୍ୟକଳାପକୁ ସମୂଚ ସଙ୍କୁଚିତ କରିପାରିଛନ୍ତି। ବିକଶିତ ଭାରତ ବିକଶିତ ଓଡ଼ିଶା ପାଇଁ ନୂଆ ଯୋଜନା, ନୂଆ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି। ସେ ଆହୁରି କହିଥିଲେ ଓଡ଼ିଶାର ଲୋକ ନବୀନ ସରକାରକୁ ହଟାଇ ପରିବର୍ତ୍ତନ ଚାହୁଁଛନ୍ତି।

ଏହି ସମାବେଶରେ ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ବର ସଦର ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ।