LatestNewsPolitics

ବିଜେଡିରେ ଯୋଗଦେଲେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର (ସଂକେତ ଟିଭି) : ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଜି ବିଜେଡିରେ ଯୋଗଦେଇଛନ୍ତି। ସେ ଶଙ୍ଖ ଭବନରେ ପହଞ୍ଚି ଆଜି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ତାଙ୍କସହ ଖଡିଆଳ, ବୋଡେନ ବ୍ଲକ ଚେୟାରମ୍ୟାନ ଓ ସିନାପାଲି ବ୍ଲକ ଚେୟାରମ୍ୟାନ ବିଜେଡ଼ିରେ ସାମିଲ ହୋଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳ ପକ୍ଷରୁ ତାଙ୍କୁ ସ୍ବାଗତ ଜଣାଇଥିଲେ । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ବିଜେଡିରେ ଯୋଗ ଦେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେଡ଼ିର ବିରାଟ ପରିବାରରେ ସାମିଲ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଥା କମ୍‌, କାମ ବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାହା ସୁଚାର ଭାବେ ତୁଲାଇବି। ନୂଆ ଓଡ଼ିଶା, ନବୀନ ଓଡ଼ଶା ସଂକଳ୍ପ ପାଇଁ କାର୍ଯ୍ୟ କରିବି ବୋଲି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି। ।