FeaturedLatestNews

୧୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

ଭବାନୀପାଟଣା (ସଂକେତ ଟିଭି) : ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥୁଆମୂଳ ରାମପୁର ବ୍ଲକ୍ କାଣିଗୁମା ପଂଚାୟତର ପିଇଓ ସନ୍ନ୍ୟାସୀ ନାଏକ । ସେହି ପଂଚାୟତ ର ଗାଁ ସାଥି ସୁରେନ୍ଦ୍ର ଗଉଡଙ୍କ ଠାରୁ କାଗଜପତ୍ର କାମ ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ସନ୍ୟାସୀ ନାୟକଙ୍କୁ ଭିଜିଲାନ୍ସ ଧରିଥିଲା। ଏକ ବିଲ କରିଦେବାକୁ ଆଜି ଭବାନିପାଟଣା ସହର ରାମସାଗର ପଡ଼ା ନିକଟରେ ଟଙ୍କା ନେଲାବେଳେ ଭିଜିଲାନ୍ସ ଧରିଥିଲା। ତଦନ୍ତ ବେଳେ ସମ୍ପୃକ୍ତ ପିଇଓଙ୍କର ଭବାନୀପାଟଣା ଜଳେଶ୍ଵର ମନ୍ଦିର ରାସ୍ତାରେ ଏବଂ ଲାଞ୍ଜିଗଡରେ ଘରଥିବା ଜଣାପଡିଛି। ଲାଞ୍ଚ ତଥା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରେ ତଦନ୍ତ କରୁଛି ଭିଜିଲାନ୍ସ। ଜୟପୁର ଭିଜିଲାନ୍ସ ଏସପି ପ୍ରଦୀପ କୁମାର ଦ୍ୱିବେଦୀ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡଙ୍କ ନେତୃତ୍ୱରେ ଦୁଇଟି ସ୍ଥାନରେ ଟିମ୍ ଚଢାଉ ଜାରି ରଖିଛନ୍ତି।