LatestNewsPolitics

ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଲେ ପାଣ୍ଡିଆନ

ଭୁବନେଶ୍ୱର (ସଂକେତ ଟିଭି) : ଗତକାଲି ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିଜେଡ଼ି ସରକାର ଉପରେ ତୀବ୍ର ଆଲୋଚନା କରିଥିଲେ । ଏହାର ଜବାବ ରଖିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ । ସେ ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ଅନୁଷ୍ଠିତ ନୀର୍ବାଚନ ସଭାରେ କହିଛନ୍ତି ଯେ ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ ଉପରେ କହି ପାରିଥାନ୍ତେ। ରୋଜଗାର ଉପରେ କହିବାରେ ସାହସ ନାହିଁ। LPG, ଡାଲି ରେଟ୍ କଥା କହି ପାରିଲେନି। ବିଜେପି କେବଳ ମିଛ କଥା କହୁଛି। ସେମାନେ ଲୋକଙ୍କ ଲାଗି କିଛି ଗ୍ଯାରେଣ୍ଟି ଦେଇନାହାନ୍ତି। ୧୦ ବର୍ଷରେ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଥିଲେ ତାହାକୁ କଭର କରିବା ଲାଗି ଏବେ ନାଟକବାଜି କରୁଛନ୍ତି। ମିଛ କହିବାର ସୀମା ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି ।

ଆଜି ସ୍ମୃତି ଇରାନୀ କେନ୍ଦ୍ରାପଡ଼ାରେ କହିଛନ୍ତି ଯେ ନବୀନ ବାବୁଙ୍କୁ ଲୋକ ଆଉ ଆଶୀର୍ବାଦ ଦେବେ ନାହିଁ । ନବୀନ କେନ୍ଦ୍ରାପଡ଼ାରେ ସେମାନେ ବହୁତ ମାର୍ଜିନରେ ଜିତିବେ । କେନ୍ଦ୍ରମନ୍ତ୍ରୀ ଜାଣିବା ଉଚିତ ବିଜେପୁର ଉପ-ନିର୍ବାଚନରେ ଓ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ରେ ସେ ଯେଉଁ ଆକଳନ କରି ଭାଷଣ ଦେଇଥିଲେ ସବୁ ଓଲଟା ହେଲା ସ୍ମୃତି ଇରାନୀ ଯାହା କହନ୍ତି, ତାହା ଓଲଟା ଫଳ ଦିଏ କେନ୍ଦ୍ରାପଡ଼ାରେ, ଧର୍ମଶାଳାରେ ସାରା ଓଡ଼ିଶାରେ ଆମେ ବିପୁଳ ମାର୍ଜିନରେ ଜିତିବୁ ବୋଲି ପାଣ୍ଡିଆନ କହିଛନ୍ତି ।