FeaturedLatestNews

କାର୍ ଭିତରୁ ସ୍ବାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର, ସମସ୍ତଙ୍କ ମୁଣ୍ଡରେ ବାଜିଛି ଗୁଳି

ଝାରସୁଗୁଡା (ସଂକେତ ଟିଭି) : ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟ ପଡିଆରେ ୩ ଜଣଙ୍କ ମୃତଦେହ ଠାବ ହୋଇଛି। ମୃତକମାନେ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର ୧୨ ବର୍ଷର ଝିଅ । ତେବେ ସ୍ତ୍ରୀ ଓ ଝିଅକୁ ଗୁଳିକରି ହତ୍ୟା କରିବା ପରେ ସ୍ବାମୀ ନିଜ ଜୀବନ ହାରିଛନ୍ତି । ଏନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

୩ ଜଣ ଯାକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କର ପରିବାରଲୋକେ। ସୁରଜ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତା ନିଖୋଜ ଥିବା ନେଇ ଓରିଏଣ୍ଟ ଥାନାରେ ମାମଲା ଦେଇଥିଲେ ମୃତ ସୁରଜଙ୍କ ପରିବାର। ରାତିରେ ଗୋଟିଏ କାରରେ ସୁରଜ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କର ମୃତ ଦେହ ଠାବ କରିଥିଲା ପୋଲିସ। ଖୁସବୁ ରାୟ ଏବଂ ଝିଅ ଅର୍ପିତା ରାୟଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିଲା ଏବଂ ସୁରଜ, ଖୁସବୁ ଏବଂ ତାଙ୍କ ଝିଅ ଅର୍ପିତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡ଼ିଛି। ପୋଲିସ କାର ଡୋର୍ ଲକ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା। ତେବେ ଏହି ହତ୍ୟା ପଛର କାରଣ ସ୍ପଷ୍ଟ ଜଣାପଡି ନାହିଁ। ପୁଲିସ କାର ଓ ବନ୍ଧୁକ ଜବତ କରିଛି।

ଏନେଇ ଏସପି ସୂଚନା ଦେଇ କହିଛନ୍ତି, ଅନଲାଇନର ବିଭିନ୍ନ ଆପରେ ବେଟିଂ କରି ଲକ୍ଷାଧିକ ଟଙ୍କା କ୍ଷତି ସହିବା ସହ ସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଋଣଗ୍ରସ୍ତ ଥିଲା ମୃତକ ସୁଜିତ ରୟ । ପୋଲିସ ମୋବାଇଲ ମେସେଜ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ପାଇଥିବା ଆଧାରରେ ସୁଜିତ ଋଣଗ୍ରସ୍ତ ରହିଥିଲେ । ଗୋଟିଏ ମାସରେ ଗୋଟିଏ ଆପରେ 4 ଲକ୍ଷ 20 ହଜାରରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହୋଇଥିବା ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।