LatestNewsPolitics

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନାହିଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର (ସଂକେତ ଟିଭି) : ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନାହିଁ । ଆପଣ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେଇ ବିଧାୟକ ଏବଂ ଏମ୍‌ପିଙ୍କୁ ଜିତାନ୍ତୁ । ଗୁରୁବାର ଗଞ୍ଜାମ ଜିଲା କନିଷିଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି। ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ ଜନସଭାରେ ଅଭିଭାଷଣ ରଖି କହିଛନ୍ତି ।

ଏହି ଅବସରରେ ନବୀନ ଉପସ୍ଥିଚ ଜନତାଙ୍କୁ ପଚାରିଥିଲେ ଯେ, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି ।