FeaturedGeneralLatest

ଦିଲ୍ଲୀର ୧୦୦ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ସହ କଲ୍

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ-ନୋଏଡାର ପ୍ରାୟ ୧୦୦ଟି ସ୍କୁଲକୁ ବୋମାମାଡ଼ କରି ଉଡାଇ ଦେବାକୁ ଆସିଛି। ଇମେଲ ଓ ଫୋନ୍ କଲ ମାଧ୍ୟମରେ ଧମକ ଦିଆଯାଇଛି । ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର ବିହାରରେ ଥିବା ମଦର ମେରୀ ସ୍କୁଲ, ନୋଏଡାର ଡିପିଏସ୍ ପରି ହାଇପ୍ରୋଫାଇଲ ସ୍କୁଲକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି । ଭୋର ସମୟରୁ ସବୁ ସ୍କୁଲକୁ ମେସେଜ୍ ଆସିଛି । ଗୋଟିଏ ଇ-ମେଲ୍ରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଜଣାପଡ଼ିଛି ।

ଧମକରେ କୁହାଯାଇଛି ଯେ ଆମେ ଲୋକଙ୍କୁ ସ୍କୁଲର କାନ୍ଥରେ ସମାଧି ଦେବୁ। ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସବୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ। ଦମକଳ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଡଗ୍ ସ୍କ୍ୱାର୍ଡ ମଧ୍ୟ ସ୍କୁଲରେ ପହଞ୍ଚିଛି । ପୂରା ସ୍କୁଲକୁ ଖାଲି କରାଯାଇ ତଲାସୀ ଅଭିଯାନ ଜୋରଦାର କରାଯାଇଛି । ଦେଶ ବାହାରୁ ସବୁ ସ୍କୁଲକୁ ମେଲ୍ ଆସିଥିବା ଆଇପି ଆଡ୍ରେସ୍ରୁ ଜଣାପଡ଼ିଛି । ଏହି ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥି ସହିତ, ସୂଚନା ସାମ୍ନାକୁ ଆସୁଛି ଯେ ଇମେଲର ସର୍ଭର ଯାହା ମାଧ୍ୟମରେ ଏହି ଇମେଲ ପଠାଯାଇଛି ତାହା ବିଦେଶରେ ରହିଛି।

ଧମକ ମିଳିବା ପରେ ଦିଲ୍ଲୀବାସୀ ଚିନ୍ତିତ ହୋଇପଡ଼ିଥିବାରୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା କହିଛନ୍ତି ଯେ “ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ବର୍ତ୍ତମାନ ବିଦ୍ୟାଳୟ ବାହାରେ ପୋଲିସ ମୁତୟନ କରାଯାଇଛି। ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଯେ ବିଦ୍ୟାଳୟ ଏବଂ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନ ସହିତ ସହଯୋଗ କରନ୍ତୁ । ଡରନ୍ତୁ ନାହିଁ।”

ତେବେ ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛନ୍ତି ଯେ ଇମେଲ ପଠାଇବା ପାଇଁ ବ୍ୟବହୃତ ଆଇପି ଠିକଣାର ସର୍ଭର ବିଦେଶରେ ଅବସ୍ଥିତ। ମୋଟ ଉପରେ, ନୋଏଡା, ଗାଜିଆବାଦ ଏବଂ ଦିଲ୍ଲୀ ପୁଲିସ ଏହି ମାମଲାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛି। ଇମେଲ ପଠାଇବା ପାଇଁ ଗୋଟାଏ ଆଇପି ଠିକଣା ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଏଭଳି କାମ ଜଣକର ଦୁହେଁ ବରଂ କୌଣସି ଏକ ଆତଙ୍କବାଦୀ ସଂଗଠନର ବୋଲି ପୋଲିସ ସନ୍ଦେହ କରୁଛି ।