LatestNewsPolitics

ହିଞ୍ଜିଳି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

ବ୍ରହ୍ମପୁର (ସଂକେତ ଟିଭି) : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ସେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ।

୨୦୦୦ ମସିହାରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ନବୀନ କ୍ରମାଗତ ବିଜୟଲାଭ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ନବୀନ ପୁଣିଥରେ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ସେ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୨ ତାରିଖରେ ସେ କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କରିବେ ।