EntertainmentFeaturedLatest

୫ ବର୍ଷ ପରେ ସୁସ୍ଥ ହେଲେ ହନି ସିଂ

ମୁମ୍ବାଇ : (ସଂକେତ୍ ଟିଭି) ଗାୟକ-ରାପର୍ ହନି ସିଂ ବହୁ ସୁପରହିଟ୍ ଗୀତ ଦେଇଛନ୍ତି । ଲୋକମାନେ ତାଙ୍କ ଗୀତରେ ନାଚିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ତାଙ୍କ କ୍ୟାରିୟରର ଶିଖରରେ ପହଞ୍ଚିବା ପରେ ତାଙ୍କୁ ବାଇପୋଲାର ଡିସ୍‌ଅଡର ଏବଂ ସାଇକୋଟିକ୍ ହୋଇଥିବା ସେ ଜାଣିଲେ । ସେତେବେଳେ ତାଙ୍କ ଦୁନିଆ ପୁରା ବଦଳିଯାଇଥିଲା । ହନି ସିଂଙ୍କୁ ସୁସ୍ଥ ହେବାକୁ ପାଞ୍ଚ ବର୍ଷ ଲାଗିଗଲା । ଏକ ସାକ୍ଷାତକାରରେ ହନି ନିଜେ ଏହି ସୂଚନା ଦେଇଛନ୍ତି ।

ହନି କହିଛନ୍ତି, ‘ଯେତେବେଳେ ମୁଁ ଅସୁସ୍ଥ ହୋଇଥିଲି, ମୋ ଜୀବନରେ ଅନେକ କିଛି ଚାଲିଥିଲା । ଶାହରୁଖଙ୍କ ସହ ମୋର ଏକ ସ୍ଲାମ ଟୁର୍ ଥିଲା । ମୁଁ ଷ୍ଟାର୍ ପ୍ଲସ୍‌ର ଏକ ପ୍ରୋଜେକ୍ଟରେ କାମ କରୁଥିଲି, ଯାହାର ନାମ ବି ମୁଁ ବାଛିଲି । ମୁଁ ଏହାକୁ ଏକ ବର୍ଷ ପାଇଁ ଡିଜାଇନ୍ କଲି, କିନ୍ତୁ ଯେତେବେଳେ ଶୋ ଆରମ୍ଭ ହେଲା, ବହୁତ କାମ ଥିଲା, ମୁଁ ସେହି ସମୟରେ ଏକ ପଞ୍ଜାବୀ ଫିଲ୍ମ କରୁଥିଲି । ଯେତେବେଳେ ଷ୍ଟାର ଶୋ’ର ସେଟରେ ମୋତେ ଏହି ଲକ୍ଷଣ ବିଷୟରେ ଜଣାପଡିଲା ମୁଁ କହିଲି ଯେ ମୋ
ମୁଣ୍ଡରେ କିଛି ସମସ୍ୟା ଅଛି, ମୋ ସହିତ ଘଟିଛି । ମୋତେ ଏହାକୁ ଠିକ୍ କରିବାକୁ ଦିଅ ।

ଏହା ବ୍ୟତୀତ ସେ ପରିବାର ସଦସ୍ୟ ତାଙ୍କୁ କହିଥିଲେ ଯେ, ଏତେ କଣ୍ଟ୍ରାକ୍ଟ ହୋଇଛି, ଲୋକମାନେ ଆମ ବିରୋଧରେ ମାମଲା ଦାୟର କରିବେ । ମୁଁ କହିଲି, ମୋତେ କିଛି କରିବାକୁ ପଡିବ, ମୋତେ ଭଲ ହେବାକୁ ପାଞ୍ଚ ବର୍ଷ ଲାଗିଗଲା । ତା’ପରେ ମୁଁ ମ୍ୟୁଜିକ ପ୍ରସ୍ତୁତ କରିବାକୁ ଚାହୁଁଥିଲି । ମୁଁ ମୋ ମା’ଙ୍କୁ କହିଲି ଯେ ମୋ ଦ୍ୱାରା କିଛି ବି ହଉ ନାହିଁ । ସେତେବେଳେ ମା’ ମୋତେ ବହୁତ ସପୋର୍ଟ କରିଥିଲେ । ଲେଖିବା ଆରମ୍ଭ କଲି, ଟିକିଏ ସଫଳତା ପାଇବା ଆରମ୍ଭ କଲି । ଧିରେ ଧିରେ ଗୀତ ହିଟ୍ ହେବାକୁ ଲାଗିଲା ।