BusinessFeaturedGeneralLatest

ଏକଜିଟ୍ ପୋଲ ରିପୋର୍ଟ ପରେ ସେୟାର ମାର୍କେଟରେ ସର୍ବକାଳୀନ ରେକର୍ଡ

ମୁମ୍ବାଇ (ସଂକେତ ଟିଭି): ଏକଜିଟ ପୋଲ ଆକଳନ ପରେ ରେକର୍ଡ ସଂଖ୍ୟାରେ ସେୟାର ମାର୍କେଟରେ ପଏଣ୍ଟ ବୃଦ୍ଧି ଘଟିଛି । ପ୍ରି-ଓପନିଙ୍ଗ ସେସନରେ ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଓ ନିଫ୍ଟିରେ କାରବାର ଆରମ୍ଭ ହୋଇଛି । ଏହି ସମୟରେ ସେନସେକ୍ସ ୨୬୨୨ ପଏଣ୍ଟ ଅର୍ଥାତ ୩.୫୫ ପ୍ରତିଶତ ବୃଦ୍ଧି ସହ ୭୬ ହଜାର ୫୮୩ ଓ ନିଫ୍ଟି ୮୦୭ ପଏଣ୍ଟ ଅର୍ଥାତ୍ ୩.୫୮ ପ୍ରତିଶତ ବୃ୍ଦ୍ଧି ଘଟି ୨୩ ହଜାର ୩୩୮ ପଏଣ୍ଟ ଲେବୁଲରେ ପହଞ୍ଚିଛି । ସେନସେକ୍ସ ଓ ନିଫ୍ଟି ଉଭୟ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି ।

ରେକର୍ଡ ବୃଦ୍ଧି ସହ ଷ୍ଟକ ବଜାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି। ବିଏସ୍ଇ ସେନସେକ୍ସ ୨୫୦୭.୪୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୮.୭୮ରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ୭୩୩.୨୦ ପଏଣ୍ଟ ବୃଦ୍ଧି ପାଇ ୨୩,୨୬୩.୯୦ରେ ପହଞ୍ଚିଛି। ନିବେଶକମାନେ ଆଜି ଷ୍ଟକ ବଜାରରେ ଜବରଦସ୍ତ ବୃଦ୍ଧି ଆଧାରରେ ଜବରଦସ୍ତ ଆୟ କରିଛନ୍ତି।