EducationFeaturedLatestNews

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର(ସଂକେତ ଟିଭି): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥର ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେ୍ଥିମଧ୍ୟରୁ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି।

ଚଳିତ ବର୍ଷ, ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2024) ୦୬.୦୫. ୨୦୨୪ ରୁ ୧୦.୦୫.୨୦୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ଯଥା B. Pharm, LE-Tech. (Dip), LE-Tech. (B.Sc.), B CAT (2 streams), MBA, MCA, Int. MBA, LE-Pharm., M. Pharm, M. Arch, M. Plan , M. Tech. (11 specialisations) ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (Computer Based Test) ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୫୭ ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏ ବର୍ଷ ସମୁଦାୟ ୬୫,୭୪୨ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ ୫୬,୦୪୭ ପରୀକ୍ଷାର୍ଥୀ (85.25% ) ପରୀକ୍ଷାରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ଦିଆଯାଇଛି ।

ପରୀକ୍ଷାର୍ଥୀ ମାନେ OJEE website (www.ojee.nic.in/ www.odishajee.com ) ରୁ ନିଜ ନିଜର Rank Card ପାଇପାରିବେ । ସମସ୍ତ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ବବିଦ୍ୟାଳୟ ଓ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ନାମ ଲେଖାଇବା ପାଇଁ OJEE କାଉନସେଲିଂରେ ଅଂଶଗ୍ରହଣ କରିପାରିବେ।