LatestNewsPolitics

ବିଜେଡିର ୩ୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା, ବାଲେଶ୍ବରରୁ ସ୍ବରୂପ ଦାସ

ଭୁବନେଶ୍ବର (ସଂକେତ୍ ଟିଭ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ତାଲିକା ଘୋଷଣା କରିଛନ୍ତି। ଏଥିରେ ବାଲେଶ୍ବର ବିଧାନସଭା ଆସନ ପାଇଁ ସ୍ବରୂପ କୁମାର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ରେଙ୍ଗାଲିରୁ ସୁଦର୍ଶନ ହରିପାଳଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ରାଉରକେଲାରୁ ସାରଦା ନାୟକ, ବିରମିତ୍ରପୁର ରୋହିତ ଜୋଜଫ୍ ତୀର୍କୀ, କେନ୍ଦୁଝର ମୀନା ମାଝି, ରାଇରଂଗପୁର ରାଇସିଂ ମୁର୍ମୁ , ବାରବାଟି କଟକ ପ୍ରକାଶ ଚନ୍ଦ୍ର ବେହେରା ଓ ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି ।