FeaturedGeneralLatestPolitics

ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତ ୧୮ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ (ସଂକେତ ଟିଭି) : ଦିଲ୍ଲୀ ଅବକାରୀ ଦୁର୍ନିତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ୧୮ ଏପ୍ରିଲରେ ହେବ। ଏହା ସହିତ ଶନିବାର ତାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହୋଇଥିଲା।

ଉଭୟ ଇଡି ଏବଂ ସିବିଆଇ ମାମଲାରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ଦ୍ୱିତୀୟ ଜାମିନ ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହୋଇଥିଲା। ଇଡି କହିଛନ୍ତି, ସିସୋଡିଆଙ୍କ ଓକିଲଙ୍କ ମୁଖ୍ୟ ଯୁକ୍ତି ହେଉଛି ମାମଲାରେ ବିଳମ୍ବ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାମିନ ଶୁଣାଣି କରାଯାଉଛି। ଏହା ନୁହେଁ ଯେ ଜାମିନ ଆବେଦନକୁ କେବଳ ଏହି ଅନୁଯାୟୀ ଅନୁମତି ଦିଆଯିବା ଉଚିତ। ଅଦାଲତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର ଆଦେଶ ଦ୍ୱାରା ପ୍ରଭାବିତ ନହୋଇ କୋର୍ଟ ପ୍ରଥମେ ଏହାର ଜାମିନ ଆବେଦନ ଶୁଣାଣି କରିବା ଉଚିତ୍‌।

ସିସୋଦିଆ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ପ୍ରାୟ ୧୩ ମାସ ହେବ ତିହାର ଜେଲରେ ରହିଛନ୍ତି । ୨୬ ଫେବୃଆରୀ ୨୦୨୩ରେ ତାଙ୍କୁ ଗିରଫ କରାଯାଇଥିଲା । ସଞ୍ଜୟ ସିଂହ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପାଇବା ପରେ ସିସୋଡିଆ ମଧ୍ୟ ଜାମିନ ପାଇବେ ବୋଲି ଆଶା କରାଯାଉଥିଲେ । ହେଲେ ତାହାକୁ ଖାରଜ କରିଛନ୍ତି କୋର୍ଟ ।