FeaturedGeneralLatest

ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ

ନୂଆଦିଲ୍ଲୀ (ସଂକେତ ଟିଭି) : ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିବା ଜଣାପଡ଼ିଛି।

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଥିଲେ ଯେ ଏହି ମାମଲାରେ ଉଭୟଙ୍କ ଆଫିଡେଭିଟ୍ କାଇଁ? ରାମଦେବଙ୍କ ଓକିଲ ଉତ୍ତର ରଖିଥିଲେ ଯେ ଉଭୟ କ୍ଷମା ମାଗିଛନ୍ତି ଏବଂ ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଏହା ପରେ କୋର୍ଟ ପ୍ରଶ୍ନ କରିଥିଲେ ଯେ, କୋର୍ଟର ପ୍ରକ୍ରିୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆମେ ଦୁହିଁଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିପାରିବୁ ନାହିଁ। ନଭେମ୍ବର ୨୧ରେ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ବି ୨୪ଘଣ୍ଟା ମଧ୍ୟରେ ରାମଦେବ, ବାଲକ୍ରିଷ୍ଣା ଏବଂ ପତଞ୍ଜଳି ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ​​ଏବଂ ସେପଟେ ପତଞ୍ଜଳି ବିଜ୍ଞାପନ ଛାପି ଚାଲିଥିଲା। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ। ଖଣ୍ଡପୀଠ ଏଭଳି କହିବା ପରେ ନିଜର ସବୁ ଭୁଲ ସ୍ବୀକାର କରି କ୍ଷମା ମାଗିଥିଲେ ବାବା ରାମଦେବ। ଏହା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ମଧ୍ୟ କହିଥିଲେ।