FeaturedLatestNews

ଜୁନ ୪ ଯାଏଁ ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ବ୍ରହ୍ମପୁର (ସଂକେତ ଟିଭି) : ଗଞ୍ଜାମ ଜିଲାରେ ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ । ରାତି ସାଢ଼େ ୮ଟା ପରେ ଗଞ୍ଜାମ ଜିଲାରେ କୌଣସି ହୋଟେଲ, ଢାବା କି ଚା’ ଦୋକାନ ଖୋଲା ରହିବ ନାହିଁ ବୋଲି ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ରାଜନୈତିକ ହିଂସା ରୋକିବାକୁ ପୋଲିସର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ମତଦାନ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଉଗ୍ରରୂପ ନେଇଛି । ଜୁନ ୪ ତାରିଖରେ ଭୋଟଗଣତି ଥିବାବେଳେ ଘୋଷଣା ପରେ ପୁନର୍ବାର ହିଂସାକାଣ୍ଡ ଆଶଙ୍କା ରଖି ଏପରି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି।