FeaturedLatestNewsPolitics

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ବର (ସଂକେତ ଟିଭି) : ବରିଷ୍ଠ ନେତା ରଘୁନାଥ ମହାନ୍ତି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରଘୁନାଥ ମହାନ୍ତି ନିଜର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେପି ଟିକେଟରେ ବସ୍ତା ଆସନରୁ ନିର୍ବାଚନ ଲଢ଼ିଥିଲେ ।

ଚଳିତ ନିର୍ବାଚନରେ ଶ୍ରୀ ମହାନ୍ତି ଜଳେଶ୍ଵର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ପ୍ରୟାସ କରିଥିଲେ । ହେଲେ ଦଳ ପର ମୁହୂର୍ତ୍ତରେ ବିଜେଡି ଦଳରୁ ନିଲମ୍ବିତ ହୋଇ ବିଜେପିରେ ସାମିଲ ହୋଇଥିବା ଜଳେଶ୍ଵର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କୁ ବିଜେପି ଟିକେଟ ଘୋଷଣା କରିଥିଲା । ଏଥିରେ ରଘୁ ଅସନ୍ତୁଷ୍ଟ ହୋଇଥିଲେ । ବିଜେପି ଦଳର ଛାମୁଆ ନେତା ଶ୍ରୀ ମହାନ୍ତିଙ୍କୁ ବୁଝାଇବାକୁ ଉଦ୍ୟମ କରି କିଛି ଘଣ୍ଟା ସମୟ ମାଗିଥିବା ବେଳେ ପର ମୁହୂର୍ତ୍ତରେ ଦଳୀୟ ଅସହାୟତା ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଥିଲା। ଆଜି ଶ୍ରୀ ମହାନ୍ତି ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଗାମୀ ଦିନରେ ବିଜେଡିରେ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ କିମ୍ବା ତାଙ୍କ ବୋହୁ ବର୍ଷା ସୋନୀଙ୍କୁ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ବିଜେଡି ବାଲେଶ୍ବର ଆସନରୁ ଛିଡା କରାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି।